ଚଳିତ ସପ୍ତାହରେ ୪୫୫ଜଣଙ୍କୁ କୋଭିଡ ଟିକା

ଆଠଗଡ : ଆଠଗଡ ଉପଖଣ୍ଡ ଡାକ୍ତରଖାନାରେ ସପ୍ତାହର ୬ଦିନ ଅର୍ଥାତ ସୋମବାର ଠାରୁ ଶନିବାର ପର୍ଯ୍ୟନ୍ତ ବରିଷ୍ଠ ନାଗରିକ, ବିଭିନ୍ନ ରୋଗରେ ଆକ୍ରାନ୍ତ ୪୫-୫୯ ବର୍ଷ ବୟସ୍କ ବ୍ୟକ୍ତି ଏବଂ ଆଗଧାଡିର କରୋନା ଯୋଦ୍ଧାଙ୍କୁ କୋଭିଡ ଟିକା ଦିଆଯାଇଛି। ଚଳିତ ସପ୍ତାହରେ ମୋଟ ୪୫୫ଜଣଙ୍କୁ କୋଭିସିଲ୍ଡ ଟିକା ପ୍ରଦାନ କରାଯାଇଥିବା ଡାକ୍ତରଖାନା ଅଧିକ୍ଷକ ଡାକ୍ତର ବିଜୟ କୁମାର ମିଶ୍ରଙ୍କ ସୁତ୍ରରୁ ପ୍ରକାଶ। ସେମାନଙ୍କ ମଧ୍ୟରୁ ୬୦ ବର୍ଷରୁ ଉର୍ଦ୍ଧ୍ବ ହୋଇଥିବାବେଳେ ୨୩ଜଣ ୪୫-୫୯ବର୍ଷ ବୟସ୍କ ବ୍ୟକ୍ତି ଟିକା ନେଇଥିବା ଜଣାପଡିଛି। ୬୦ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତି କେବଳ ଆଧାର କାର୍ଡ ଏବଂ ୪୫-୫୯ବର୍ଷ ବୟସ୍କ ବ୍ୟକ୍ତି ସେମାନଙ୍କ ରୋଗ ସଂପର୍କରେ ନିର୍ଦ୍ଧାରିତ ଫର୍ମରେ ଡାକ୍ତରଙ୍କ ପ୍ରମାଣପତ୍ର ଓ ଗୋଟିଏ ଔଷଧ ଚିଠା ସହ ଆଧାର କାର୍ଡ ଆଣି ଟୀକା ନେଇ ପାରିବେ ବୋଲି ଡାକ୍ତରଖାନା ସୁତ୍ରରୁ ପ୍ରକାଶ।

Comments are closed.