ଆଠଗଡରେ ୨୭୪ଜଣଙ୍କ ଆଣ୍ଟିଜେନ ପରୀକ୍ଷଣ, ୨ ପଜିଟିଭ

ଆଠଗଡ : ଆଠଗଡ ବ୍ଲକର ୩ଟି ସ୍ଥାନରେ ସୋମବାର ହୋଇଥିବା ଆଣ୍ଟିଜେନ ପରୀକ୍ଷଣ ଶିବିରରେ ମୋଟ ୨୭୪ଜଣଙ୍କର ସ୍ୱାବ୍ ନମୁନା ପରୀକ୍ଷା କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି। ବ୍ରହ୍ମପୁର ସିଏଚସି ଠାରେ ୩୦ଜଣଙ୍କର ଆଣ୍ଟିଜେନ ପରୀକ୍ଷଣ ହୋଇଥିବାବେଳେ ସେଠାରେ ଖୁଣ୍ଟୁଣୀର ଜଣେ ୩୫ବର୍ଷ ବୟସ୍କ ପୁରୁଷ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ବ୍ରହ୍ମପରୁ ସିଏଚସି ପକ୍ଷରୁ ଧୁରୁସିଆ ଠାରେ ଅନୁଷ୍ଠିତ ସ୍ୱତନ୍ତ୍ର ଶିବିରରେ ୨୨୮ଜଣଙ୍କର ଆଣ୍ଟିଜେନ ପରୀକ୍ଷଣ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ଧୁରୁସିଆର ୨୫ବର୍ଷ ବୟସ୍କା ମହିଳା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସିଏଚସି ଅଧିକ୍ଷକ ଡାକ୍ତର ଦିଲ୍ଲୀପ କୁମାର ଦାସଙ୍କ ସୁତ୍ରରୁ ପ୍ରକାଶ। ସେହିପରି ସୋମବାର ଆଠଗଡ ଉପଖଣ୍ଡ ଡାକ୍ତରଖାନାରେ ୧୭ଜଣଙ୍କର ଆଣ୍ଟିଜେନ ପରୀକ୍ଷଣ କରାଯାଇଥିବାବେଳେ ସମସ୍ତଙ୍କର ନେଗେଟିଭ ରିପୋର୍ଟ ଆସିଥିବା ଡାକ୍ତରଖାନା ସୁତ୍ରରୁ ପ୍ରକାଶ। ଧୁରୁସିଆ ଶିବିରରେ ୨୭ଜଣଙ୍କର ୭୦ଜଣଙ୍କର ସ୍ୱାବ୍ ନମୁନା ଆରଟିପିସିଆର ପରୀକ୍ଷା ପାଇଁ ଏସସିବି ମେଡିକାଲକୁ ପଠାଯାଇଥିବାବେଳେ ସେଗୁଡିକ ରିପୋର୍ଟ ଆସନ୍ତା ୪୮ଘଣ୍ଟା ମଧ୍ୟରେ ହସ୍ତଗତ ହେବ ବୋଲି ଜଣାପଡିଛି।

Comments are closed.