ଡରାଉଛି କରୋନା ; ୩ ସ୍କୁଲର ୧୯ ଛାତ୍ରଛାତ୍ରୀ କରୋନା ପଜିଟିଭ

ଖୁନ୍ତାମାଲ: କରୋନା ମହାମାରୀ ଯୋଗୁଁ ରାଜ୍ୟରେ ଦୀର୍ଘ ୯ମାସ ଧରି ବନ୍ଦ ରହିଥିବା ଶିକ୍ଷାନୁଷ୍ଠାନଗୁଡ଼ିକ ଗତ ୮ତାରିଖରୁ ଖୋଲିଛି। ତେବେ ସ୍କୁଲ ଖୋଲିବାର ୫ ଦିନ ମଧ୍ୟରେ ଝାରସୁଗୁଡ଼ା ଜିଲାର ଲଇକେରା ବ୍ଲକ ଅନ୍ତର୍ଗତ ତିନୋଟି ହାଇସ୍କୁଲର ୧୯ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହେବା ଘଟଣା ଜିଲା ପ୍ରଶାସନର ଚିନ୍ତା ବଢ଼ାଇ ଦେଇଛି।

ଲଇକେରା ବିଇଓ ପ୍ରଦୀପ୍ତ ସା’ଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୧୦ ତାରିଖ ସାଲହେଟିକ୍ରା ହାଇସ୍କୁଲର ୨ ଜଣ, ୧୧ ତାରିଖରେ ସାହାସପୁର ହାଇସ୍କୁଲର ୯ ଜଣ ଏବଂ ଆଜି ପାକେଲଖୋଲସ୍ଥିତ ହେମସାଗର ହାଇସ୍କୁଲର ୮ଜଣ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ହୋଇଛନ୍ତି । ବିଦ୍ୟାଳୟ ଆସିବା ପାଇଁ ସେମାନଙ୍କୁ ବାରଣ କରାଯିବା ସହ ଘରୋଇ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଛି । କରୋନା କଟକଣା ପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକ ଦୀର୍ଘ ଦୀର୍ଘଦିନ ବନ୍ଦ ଥିଲା, ତେଣୁ ଖୋଲିବା ପରେ ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ତଥା ସମସ୍ତ ଅଣଶିକ୍ଷକ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । ଏବେ ଏହି ରିପୋର୍ଟ ଆସିବା ପରେ ଅଭିଭାବକ ମହଲରେ ଭାଳେଣି ପଡ଼ିଯାଇଛି।

Comments are closed.