ଦୁଇ କରୋନା ଯୋଦ୍ଧାଙ୍କ ସହ ୩୧ ଆକ୍ରାନ୍ତ ଚିହ୍ନଟ

ଦିନକୁ ଦିନ ବଢିଛି ମୃତ୍ୟୁ ସଂଖ୍ୟା, ସରକାରୀ ଭାବେ ୨୮

ଫୁଲବାଣୀ : ଆଜି କନ୍ଧମାଳ ଜିଲାରେ ଦୁଇ ଜଣ କରୋନା ଯୋଦ୍ଧାଙ୍କ ସମେତ ୩୧ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏମାନଙ୍କୁ  ମିଶାଇ ଜିଲ୍ଲାରେ  ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫,୩୫୪ ରେ ପହଂଚିଛି।  ଏହି ସମସ୍ତ ଆକ୍ରାନ୍ତ ମାନଙ୍କ ମଧ୍ୟରୁ ୪,୦୨୩ ଜଣ  ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଜିଲ୍ଲାରେ କ.ନୁଆଗାଁ ଅଂଚଳର ଜଣେ ୫୫ ବର୍ଷିୟ ବୟସ୍କ ପୁରୁଷଙ୍କର ମୃତ୍ୟୁ ହୋଇଛି। ଏହାକୁ  ମିଶାଇ ଜିଲ୍ଲରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ସରକାରୀ ଭାବେ ୨୮ ବୋଲି ଘୋଷଣା କରାଯାଇଥିବା ବେଳେ ବେସରକାରୀ ଭାବେ ଏହି ସଂଖ୍ୟା ଆହୁରି ଅଧିକ ହେବ ବୋଲି ଜଣାଯାଇଛି। ଆଉ ୩୦୩ ଜଣ ସଂକ୍ରମିତ ବିଭିନ୍ନ କୋଭିଡ ହସପିଟାଲରେ ଓ କେନ୍ଦ୍ର ମାନଙ୍କରେ ରହି ଚିକିତ୍ସିତ ହେଉଛନ୍ତି। ତେବେ ଜିଲାର ସୁସ୍ଥଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ଚିହ୍ନଟଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଉଛି କିନ୍ତୁ ଦିନକୁ ଦିନ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଳାଗିଛି। ଆଜିର ଚିହ୍ନଟଙ୍କ ମଧ୍ୟରେ ଫୁଲବାଣୀ ପୌରାଂଚଳରେ ୪ ଜଣ ଚିହ୍ନଟ ହୋଇ ଥିବାବେଳେ ଚକାପାଦର ୪ ଜଣ, ଘୁ.ଉଦୟଗିରି ଅଂଚଳରେ ୬ ଜଣ, କ.ନୁଆଗାଁର ଜଣେ, ଖଜୁରିପଡାର ୩ ଜଣ, ଫିରିଙ୍ଗିଆର ୩, ଦାରିଙ୍ଗବାଡିରେ  ୨ ଜଣ, ଟିକାବାଲିର ୨ ଜଣ, ରାଇକିଆର ୩ଜଣ ଏବଂ ତୁମୁଡିବନ୍ଧର ୩ ଜଣ ରହିଥିବା ନେଇ ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ମିଳିଛି।

 

Comments are closed.