ଜଣେ କରୋନା ଯୋଦ୍ଧାଙ୍କ ସହ ୩୪ ଆକ୍ରାନ୍ତ ଚିହ୍ନଟ

ଫୁଲବାଣୀ : ଆଜି କନ୍ଧମାଳ ଜଣେ କରୋନା ଯୋଦ୍ଧାଙ୍କ ସମେତ ୩୪ ଜଣ କରୋନା ସଂକ୍ରମିତ ଚିହ୍ନଟ କରାଯାଇଛି। ଏମାନଙ୍କୁ  ମିଶାଇ ଜିଲ୍ଲାରେ  ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫,୩୨୩ ରେ ପହଂଚିଛି। ଏହି ସମସ୍ତ ଆକ୍ରାନ୍ତ ମାନଙ୍କ ମଧ୍ୟରୁ ୪,୯୭୩ ଜଣ(୯୩.୪୨ ପ୍ରତିଶତ) ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ ଜିଲ୍ଲାରେ ଆଉ ଜଣେ କରୋନା ସଂକ୍ରମିତଙ୍କ ମତ୍ୟୁ ହୋଇଛି। ଏହାକୁ ମିଶାଇ କରୋନା  ଜନିତ ମୃତ୍ୟୁ ସଂଖ୍ୟା ୨୭( ୦.୫୧ ପ୍ରତିଶତ)ରେ  ପହଂଚିଛି।  ଆଉ ୩୨୩ ଜଣ ସଂକ୍ରମିତ ବିଭିନ୍ନ କୋଭିଡ ହସପିଟାଲରେ ରହି ଚିକିତ୍ସିତ ହେଉଛନ୍ତି। ଆଜିର ଚିହ୍ନଟ ମାନଙ୍କ ମଧ୍ୟରୁ ଫୁଲବାଣୀ ପୌରାଂଚଳରେ ୩ ଜଣ ଏବଂ ଗ୍ରାମାଂଚଳରେ ୩ ଜଣ ଚିହ୍ନଟ ହୋଇ ଥିବାବେଳେ ବାଲିଗୁଡା ଗ୍ରାମାଂଚଳରେ ୪ଜଣ  ଚିହ୍ନଟ ହୋଇଛନ୍ତି। ସେହିପରି ଚକାପାଦର ୩ ଜଣ, ଘୁ.ଉଦୟଗିରି ବ୍ଳକରୁ ଜଣେ, କ.ନୁଆଗାଁର ୨ ଜଣ,ଖଜୁରିପଡାର ୪ ଜଣ, ଫିରିଙ୍ଗିଆର ୩, ଦାରିଙ୍ଗବାଡିରେ  ୯ ଜଣ,ଟିକାବାଲିର ଜଣେ ଏବଂ ତୁମୁଡିବନ୍ଧର ଜଣେ ରହିଥିବା ନେଇ ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ମିଳିଛି।

Comments are closed.