ରାଜ୍ୟରେ ସୁସ୍ଥ ହେଲେ ଆଉ ୩ହଜାର ୭୦୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର :  ରାଜ୍ୟରେ ସୋମବାର ଆଉ ୩ହଜାର ୭୦୪ ଜଣ ଆକ୍ରାନ୍ତ କରୋନାରୁ ଆରୋଗ୍ୟ ଲାଭ କରି ଘରକୁ ଫେରିଛନ୍ତି। ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୭୯୬ଜଣ ରହିଥିବାବେଳେ କଟକର ୩୨୦, ପୁରୀର ୨୫୬, ଝାରସୁଗୁଡାର ୧୫୧, କେନ୍ଦ୍ରାପଡାର ୧୪୭, ବଲାଙ୍ଗୀରର ୧୩୬, ସୁନ୍ଦରଗଡର ୧୩୬, ବରଗଡର ୧୩୨, ମୟୂରଭଞ୍ଜର ୧୨୦ ଓ ନବରଙ୍ଗପୁରର ୧୨୦ଜଣ, ଯାଜପୁରରୁ ୧୧୩, ସମ୍ବଲପୁରରୁ ୧୧୧, କୋରାପୁଟରୁ ୯୯, ରାୟଗଡାରୁ ୯୮, ଜଗତସିଂହପୁରରୁ ୯୦, କନ୍ଧମାଳରୁ ୮୫, ଭଦ୍ରକରୁ ୭୬, ବାଲେଶ୍ୱରରୁ ୭୩, କେଉଁଝରରୁ ୭୨, ସୋନପୁରରୁ ୬୫, ଗଞ୍ଜାମରୁ ୫୫, ବୌଦ୍ଧରୁ ୫୧, ଢେଙ୍କାନାଳରୁ ୩୯, ନୟାଗଡରୁ ୩୬, କଳାହାଣ୍ଡିରୁ ୩୪, ମାଲକାନଗିରିରୁ ୨୭ ଜଣ ସୁସ୍ଥ ହୋଇଛନ୍ତି । ଏହାସହ ରାଜ୍ୟରେ ମୋଟ୍ ସୁସ୍ଥ ସଂଖ୍ୟା ୧୪୯୩୭୯ରେ ପହଁଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି।

Comments are closed.