ରାଜ୍ୟରେ ଗୋଟିଏ ଦିନରେ ୧୫ ସଂକ୍ରମିତ ଚିହ୍ନଟ ; କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦କୁ ବୃଦ୍ଧି
ଭୁବନେଶ୍ୱର : ରାଜ୍ୟରେ ଆଜି ଗୋଟିଏ ଦିନରେ ୧୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି । ସୂର୍ଯ୍ୟନଗର ୫ମ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ୭ ସଂକ୍ରମିତ, ୫ମ ଆକ୍ରାନ୍ତଙ୍କ ସ୍ତ୍ରୀ, ଝିଅ ଏବଂ ଭଡାରେ ରହୁଥିବା ଲୋକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ବମିଖାଲ-୩, କଟକ-୧, ପୁରୀ- ୧, ଯାଜପୁର-୧ ଓ ଭଦ୍ରକ-୨ରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱର ବମିଖାଲ ଅଞ୍ଚଳକୁ ବିଏମସି ସିଲ କରିଛି । ଏକ୍ରାମ ହଲରୁ ଝାରପଡ଼ା କେନାଲ ରୋଡ୍, ଝାରପଡ଼ା କେନାଲ ରୋଡରୁ ଝାରପଡ଼ା ଦୁର୍ଗାମଣ୍ଡପ ଏବଂ ଝାରପଡ଼ା ଦୁର୍ଗାମଣ୍ଡପରୁ କଟକ-ପୁରୀ ରୋଡ୍ ଡିବିସି ବ୍ୟାଙ୍କ ସ୍କୋୟାର ସିଲ୍ କରିଛି ।
ସେହିପରି ପୁରୀ କୁମ୍ଭାରପଡାରେ ଜଣେ ବ୍ୟକ୍ତି ନିଜାମୁଦ୍ଦିନ୍ ରୁ ଫେରି କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେ ୨୭ ତାରିଖରେ ଦିଲ୍ଲୀରୁ ଫେରିଥିଲେ।
ଅନ୍ୟ ପକ୍ଷରେ ୨ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
15 #COVID19 Positive cases confirmed in #Odisha Today.
7 close contacts of Suryanagar case (including wife, daughter and tenants)
3 persons of Bomikhal
1 case of Cuttack
1 case of Puri
1 case of Jajpur
2 cases of BhadrakTotal positive cases in #Odisha: 20
— I & PR Department, Odisha (@IPR_Odisha) April 3, 2020
Comments are closed.