କନ୍ଧମାଳରେ ୭୮ ନୂଆ ସଂକ୍ରମିତ ଚିହ୍ନଟ, ପୁଣି ଜଣେ ମୃତ

ଫୁଲବାଣୀ : କନ୍ଧମାଳରେ  ଆଜି ସରକାରୀ ଭାବେ ଜିଲ୍ଲାରେ ୭୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହେବା ସହ ଜଣେ ସଂକ୍ରମିତଙ୍କର ମୃତ୍ୟୁ ହୋଇଥିବା ଘୋଷଣା କରାଯାଇଛି। ସଂକ୍ରମିତଙ୍କ ମଧ୍ୟରେ ୬ ଜଣ କୋଭିଡ୍ ଯୋଦ୍ଧା ଥିବା ଜଣାପଡିଛି। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ୫୦ ଜଣ ପୁରୁଷ ଥିବା ବେଳେ ୨୮ ଜଣ ମହିଳା ଅଛନ୍ତି। ସବୁ ଦିନ ଭଳି ଫୁଲବାଣୀରୁ ସର୍ବାଧିକ ୧୪ ଜଣ ଚିହ୍ନଟ ହୋଇଥିବା ବେଳେ ବାଲିଗୁଡାରୁ ୧୩, ଚକାପାଦରୁ ୧୦, ଫିରିଙ୍ଗିଆରୁ ୭, ଦାରିଙ୍ଗବାଡି ଓ ତୁମୁଡିବନ୍ଧରୁ ୬ଜଣ ଲେଖାଏ , ଖଜୁରିପଡା ଓ ରାଇକିଆରୁ ୫ ଜଣ ଲେଖାଏ, ଜି ଉଦୟଗିରି ଓ କେ ନୁଆଁଗାଁରୁ ୪ ଜଣ ଲେଖାଏ, କୋଟଗଡ ଓ ଟିକାବାଲିରୁ ଜଣେ ଲେଖାଏ ଓ ଜିଲ୍ଲା ବାହାରୁ ୨ ଜଣ ଚିହ୍ନଟ ହୋଇଛନ୍ତି। ଆଜିର ଚିହ୍ନଟଙ୍କୁ ମିଶାଇ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୯୨୨ ରେ ପହଂଚିଛି। ସେହିପରି ଆଜି ଜଣେ ମହିଳା ସଂକ୍ରମିତଙ୍କର ମୃତ୍ୟୁ ହୋଇଥିବା ଘୋଷଣା କରାଯାଇଛି। ମହିଳା ଜଣକ ଫୁଲବାଣୀର ଏବଂ ତାଙ୍କୁ ୬୦ ବର୍ଷ ହୋଇଥିଲା। ଏହାକୁ ମିଶାଇ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୧୬ରେ ପହଂଚିଛି। ବର୍ତମାନ ସୁଦ୍ଧା ୨୪୨୨ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଏବେ ୪୮୪ ଜଣ ସକ୍ରୀୟ ସଂକ୍ରମିତ ଚିକିତ୍ସିତ ହେଉଥିବା ଜଣା ପଡିଛି। ତେବେ ଦିନକୁ  ଦିନ ଫୁଲବାଣୀରେ ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହାକୁ ନେଇ ସମଗ ଅଞ୍ଚଳରେ ମଧ୍ୟ ଏକ ପ୍ରକାର କୋକୁଆ ଭୟ ସୃଷ୍ଟି ହୋଇଛି।

Comments are closed.