ନୀଳଗିରି ତହସିଲଦାର ଓ ଏନଏସି ଅଫିସରଙ୍କୁ କରୋନା

ନୀଳଗିରି: ବାଲେଶ୍ୱର ଜିଲାର ନୀଳଗିରି ତହସିଲଦାର ଅଶେଷ ନାୟକ ଏବଂ ଏନଏସି ନିର୍ବାହୀ ଅଧିକାରୀ ରତନ ପଟ୍ଟନାୟକ କରୋନାରେ ସଂକ୍ରମିତ ହୋଇଛନ୍ତି। ଉପରୋକ୍ତ ଦୁଇଜଣ ଅଫିସର ସଦାସର୍ବଦା ଲୋକଙ୍କୁ କରୋନା ମୁକାବିଲାରେ ସତର୍କ ଓ ସଚେତନ କରାଇବାରେ ବିଶେଷ ଭୂମିକା ଗ୍ରହଣ କରିଥିଲେ। କିନ୍ତୁ ସେମାନଙ୍କ ସ୍ୱାବ ରିପୋର୍ଟ ପଜିଟିଭ ଆସିବା ପରେ ବହୁ ଲୋକ ଦୁଃଖ ପ୍ରକାଶ କରିଛନ୍ତି। ତହସିଲଦାରଙ୍କ ପରିବାର କରୋନାରେ ସଂକ୍ରମିତ ହୋଇନଥିବା ବେଳେ ଏନଏସି ଅଧିକାରୀଙ୍କ ପତ୍ନୀ ଓ ପୁଅ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି। ସେହିପରି ନୀଳଗିରି ତହସିଲଦାର ଓ ଜଣେ ମ୍ୟୁଟେସନ ପେସ୍କାରଙ୍କ ସମେତ ପୂର୍ବରୁ ମଧ୍ୟ ୨ଜଣ ତହସିଲ କର୍ମଚାରୀ କରେନାରେ ସଂକ୍ରମିତ ହୋଇଥିଲେ। କ୍ରମାଗତଭାବେ ସରକାରୀ କର୍ମଚାରୀ ଓ ଅଧିକାରୀମାନେ କରୋନାରେ ଆକ୍ରାନ୍ତ ହେବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।

Comments are closed.