ପିପିଲିରେ ୬୧ ନୂଆ ସଂକ୍ରମିତ

ପିପିଲି : ପିପିଲି ଅଞ୍ଚଳରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବା ବେଳେ ୩ଦିନ ମଧ୍ୟରେ ୬୧ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରେ ପିପିଲି ଥାନାର ୩ଜଣ ପୁରୁଷ କର୍ମଚାରୀ, ପିପିଲି ଡାକ୍ତରଖାନାର ଜଣେ ପୁରୁଷ କର୍ମଚାରୀ ଥିବା ସୂଚନା ମିଳିଛି । ପିପିଲି ପୌରାଞ୍ଚଳର ୮ପୁରୁଷ, ୪ଜଣ ମହିଳା, କୁଳଶିଖରପାଟଣା ପଞ୍ଚାୟତରୁ ୫ ମହିଳା, କଣ୍ଟି ପଞ୍ଚାୟତର ୩ ମହିଳା ଓ ୨ ପୁରୁଷ, ଶିଉଳା ଅଞ୍ଚଳର ୩ ପୁରୁଷ ଓ ୨ ମହିଳା, ଦାନୋଗହିର ଅଞ୍ଚଳର ୨ ପୁରୁଷ  ଏବଂ ବିନ୍ଧା, ଗୁଡିଆପୋଖରୀ, ମକରବା, ହରିଅନ୍ତା, ହରିପୁର, ଦାଣ୍ଡମୁକୁନ୍ଦପୁର, ନୂଆଶାସନ ଓ ଭାଲିଆବିଲି ଅଞ୍ଚଳରୁ ଜଣେ ଲେଖାଏଁ ପୁରୁଷ,  ହସନପୁର, ସୁନାପଦା ଓ ହଳଦୀବସନ୍ତ ଅଞ୍ଚଳରୁ ୨ଜଣ ଲେଖାଏଁ ମହିଳା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସରସ୍ୱତୀପୁର ପଞ୍ଚାୟତର ୯ ପୁରୁଷ ଓ ୪ମହିଳା ମଧ୍ୟ ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ମିଳିଛି ।

Comments are closed.