ଦେଶରେ ଆଜି ସର୍ବାଧିକ ୮୩ ହଜାର ୮୮୩ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ ଗୁରୁବାର ସର୍ବାଧିକ ୮୩ ହଜାର ୮୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧,୦୪୩ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ଏହାସହିତ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୮ ଲକ୍ଷ ୫୩ହଜାର ୪୦୭ରେ ପହଞ୍ଚିଛି। ସେହିପରି ୮ଲକ୍ଷ ୧୫ ହଜାର ୫୩୮ଟି ସକ୍ରିୟ ସଂକ୍ରମିତ ରହିଥିବାବେଳେ ୨୯ଲକ୍ଷ ୭୦ ହଜାର ୪୯୨ ଜଣ କରୋନାରୁ ଆରୋଗ୍ୟ ଲାଭ କରି ଘରକୁ ଫେରିଛନ୍ତି। ଏପର୍ଯ୍ୟନ୍ତ କରୋନାରେ ୬୭ ହଜାର ୩୭୬ ଜଣଙ୍କର ମୃତ୍ୟୁ ହୋଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.