ଝାରସୁଗୁଡ଼ାରେ କୋରୋନା ଗୋଷ୍ଠୀ ସଂକ୍ରମଣ ହୋଇ ନାହିଁ : ୩ କୋରୋନା ଯୋଦ୍ଧା ସଂକ୍ରମିତ

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲାରେ କୋରୋନା ଗୋଷ୍ଠୀ ସଂକ୍ରମଣ ହୋଇ ନାହିଁ ବୋଲି ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲ କହିଛନ୍ତି। ତେବେ ୩ ଜଣ କୋରୋନା ଯୋଦ୍ଧାଙ୍କ ଠାରେ ଭୁତାଣୁ ଚିହ୍ନଟ କରାଯାଇଛି। ପ୍ରଶାସନ ସେମାନଙ୍କ ସହିତ ଦୃଢ଼ତାର ସହିତ ରହିଛି। ସେମାନଙ୍କ ସାହସ ଓ କୋରୋନା ମହାମାରିକୁ ମୁକାବିଲା କରିବାରେ ସେମାନଙ୍କ ଦୃଢ ମନୋବଳକୁ ନମସ୍କାର କରାଯାଉଛି । ସେମାନେ ବିଭିନ୍ନ ସଂଗରୋଧ କେନ୍ଦ୍ରରେ ସେବା ଯୋଗାଉଥିଲେ ।

ଜିଲ୍ଲାପାଳ କହିଛନ୍ତି ଯେ, ଜିଲ୍ଲାରେ ଚିହ୍ନଟ ହୋଇଥିବା ସମସ୍ତ ୧୬୧ ସଂକ୍ରମିତ ବାହାର ରାଜ୍ୟରୁ ଫେରିଥିଲେ । ବର୍ତ୍ତମାନ ସେମାନଙ୍କ ମଧ୍ୟରୁ ୧୨୪ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି । ମାତ୍ର ୩୭ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି । ସେମାନେ କୋଭିଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । କୋଭିଡ କଟକଣା ଓ ସଟଡାଉନକୁ ଅବଜ୍ଞା କରୁଥିବା ଲୋକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସାମଲ କହିଛନ୍ତି ।

Comments are closed.