ଜୁନ ଶେଷ ସୁଦ୍ଧା ଆସିବ ଭୂତାଣୁ ନିରୋଧୀ ପୋଷାକ

ନୂଆଦିଲ୍ଲୀ : ଦେଶରେ ପ୍ରଥମଥର ପାଇଁ ଆଠଟି ଭାଇରସ ଟେକ୍ସଟାଇଲ ଟେକ୍ନୋଲୋଜିରୁ ପ୍ରସ୍ତୁତ ପୋଷାକର ବଜାର ପ୍ରବେଶ ପାଇଁ ପ୍ରସ୍ତୁତି ଚାଲିଛି। ଜୁନ ଶେଷ ସୁଦ୍ଧା ଏହି ଜ୍ଞାନକୌଶଳରେ ପ୍ରସ୍ତୁତ କପଡା ଏବଂ ପୋଷାକ ବଜାରକୁ ଆସିବ। ଏହି କପଡା ବା ପୋଷାକରେ ଜୀବାଣୁକୁ ନଷ୍ଟ କରିବାର କ୍ଷମତା ୯୯.୯୯ % ବୋଲି କୁହାଯାଇଛି। ପୋଷାକ ଏବଂ ପରିଧାନ କମ୍ପାନୀ ଅରବିନ୍ଦ ଟେକ୍ସଟାଇଲ୍ସ ଲିମିଟେଡର କାର୍ଯ୍ୟକାରୀ ନିର୍ଦ୍ଦେଶକ କୁଲିନ ଲାଲାଭାଇ ଏହି ଭୂତାଣୁ ନିରୋଧକ ପୋଷାକ ସମ୍ବନ୍ଧରେ ଘୋଷଣା କରିଛନ୍ତି। ସ୍ୱିସ କମ୍ପାନୀ ହ୍ୟାକ ମେଟେରିଆଲ ଏବଂ ତାଇୱାନର ଜିଟେକ୍ସ କର୍ପୋରେସନର ମିଳିତ ସହଯୋଗରେ ଅରବିନ୍ଦ ଲିମିଟେଡ ଏହି ପୋଷାକ ନିର୍ମାଣ କରୁଛି।

Comments are closed.