ନୂଆପଡା ଜିଲାରେ ପୁଣି ୩ କରୋନା ପଜିଟିଭ ଚିହ୍ନଟ

ଖଡିଆଳ : ନୂଆପଡା ଜିଲାରେ କରୋନା ପଜିଟିଭ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଆଜି ଜିଲାର ପୁଣି ୩ ଜଣଙ୍କଠାରେ କରୋନା ପଜିଟିଭ ଆସିଥିବା ନେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀ କାଳୀ ଚରଣ ବେହେରା ସୂଚନା ଦେଇଛନ୍ତି। ଏହି ୩ ଜଣ ଚିହ୍ନଟଙ୍କ ମଧ୍ୟରୁ ଜଣେ ମହିଳା ହୋଇଥିବା ବେଳେ ସେ ଗର୍ଭବତୀ ଥିବା ସୂଚନା ଦେଇଛନ୍ତି। ଜିଲାର ଟାନୱାଟ ସଂଘରୋଧ କେନ୍ଦ୍ରରେ ଜଣେ ଗର୍ଭବତୀ ମହିଳାଙ୍କୁ ମିଶାଇ ଦାବରୀ ଏବଂ ଖୁଦପେଜ ସଂଘରୋଧ କେନ୍ଦ୍ରରୁ ୨ ଜଣ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଜିଲାରେ ୭୧ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ମହିଳା ରହିଛନ୍ତି। ଏହାସହ ୩୬ ଜଣ କରୋନାରୁ ସୁସ୍ଥ ହୋଇଥିବା ବେଳେ ୩୫ ଜଣଙ୍କ ଚିହିତ୍ସା ଜାରୀ ରହିଅଛି।

Comments are closed.