ଗରମ ପରିବେଶରେ କରୋନା ଭାଇରସ୍‌ର ପ୍ରଭାବ

ଭାରତରେ କରୋନାର ପ୍ରକୋପ ଆରମ୍ଭ ହେବା ପୂର୍ବରୁ ବିଦେଶୀ ଗବେଷକଙ୍କ ମତ ଥିଲା, ଗ୍ରୀଷ୍ମପ୍ରଧାନ ଦେଶ ଭାରତରେ କରୋନା ପ୍ରଭାବ ପକାଇ ପାରିବ ନାହିଁ। ଗତ କିଛି ମାସର ଅନୁଧ୍ୟାନ ଦ୍ବାରା ଏହା ସ୍ପଷ୍ଟ ହୋଇଛି ଯେ ଆମେରିକା, ସ୍ପେନ୍‌, ଇଟାଲୀ ତୁଳନାରେ ଆମ ଦେଶରେ କରୋନା ମୃତ୍ୟୁହାର ସଂଖ୍ୟା କମ୍ ଅଛି। ଗରମ ଜଳବାୟୁରେ ଏଇ ଭାଇରସ୍ ଦୁର୍ବଳ ହେଉଛି। ଗବେଷକ ଅଧିକ ଅନୁଧ୍ୟାନ କରିବା ପରେ ମତ ଦେଇଛନ୍ତି, ବର୍ଦ୍ଧିତ ତାପମାତ୍ରାରେ କରୋନା ଶକ୍ତିହୀନ ହେଉଛି, କିନ୍ତୁ ସମ୍ପୂର୍ଣ୍ଣ ନିଷ୍କ୍ରିୟ ହେଉନାହିଁ।

– ବର୍ତ୍ତମାନ ଆମଦେଶର ପ୍ରମୁଖ ପ୍ରାନ୍ତରେ ତାପମାତ୍ରା ବୃଦ୍ଧି ପାଇଚାଲିଛି। ଭାରତ ସହ ଅନ୍ୟ କେତେକ ରାଷ୍ଟ୍ରର ୫୦ଟି ରାଜ୍ୟକୁ ନେଇ ବ୍ରିଟେନ୍ ଗବେଷକ ପରୀକ୍ଷା କରିଥିଲେ। ତାପମାତ୍ରା ଅଧିକ ଥିବା ପ୍ରାନ୍ତରେ କରୋନା ଭାଇରସ୍‌ ପ୍ରଭାବଶାଳୀ ନଥିବାର ସେମାନଙ୍କ ମତ। ଭାଇରସ୍ କିନ୍ତୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହେଉନାହିଁ, ତାହା ହିଁ ମୁଖ୍ୟ ଚିନ୍ତାର କାରଣ। ଜାନୁଆରୀ ୨୨ରୁ ଆରମ୍ଭ ହୋଇଥିବା ଏହି ଗବେଷଣା ଏପ୍ରିଲ୍ ୨୭ରେ ଶେଷ ହୋଇଥିଲା।
– ହାଇଦରାବାଦର ଡାକ୍ତର ହୁସୈନ୍ କହିଛନ୍ତି, ଏବେଠାରୁ ଲୋକେ ନିଜ ଖାଦ୍ୟପାନୀୟକୁ ନେଇ ସତର୍କ ରୁହନ୍ତୁ। ବିଶେଷଜ୍ଞଙ୍କ ପରାମର୍ଶରେ ନିୟମିତ ଭିଟାମିନ୍ ସି କିମ୍ବା ଭିଟାମିନ୍ ଇ’ କ୍ୟାପସୁଲ୍ ଖାଇପାରନ୍ତି। ନିଜ ମନକୁ ଏସବୁ କରିବା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ବିପଦ ହୋଇପାରେ।
– ସକାଳ ୧୦-୧୧ ମଧ୍ୟରେ ଘର ଛାତ ଉପରେ ନଚେତ୍ ବାଲକୋନିରେ ବସନ୍ତୁ। ଶରୀରରେ ପର୍ଯ୍ୟାପ୍ତ ପରିମାଣର ସୂର୍ଯ୍ୟକିରଣ ପଡ଼ିବା ଦରକାର। ଭିଟାମିନ୍ ଡି’ ପୋଷକତତ୍ତ୍ବ ସ୍ବାସ୍ଥ୍ୟ ନିମନ୍ତେ ଖୁବ୍ ଆବଶ୍ୟକ। ରୋଗପ୍ରତିରୋଧକ ଶକ୍ତି ବଢ଼ାଇବାରେ ଏହା ସହାୟକ ହୋଇଥାଏ।
– ଫ୍ରିଜ୍ ପାଣି କିମ୍ବା ଥଣ୍ଡା ମୃଦୁପାନୀୟ ପିଇବା ଅଭ୍ୟାସଠାରୁ ଦୂରେଇ ରୁହନ୍ତୁ।

Comments are closed.