ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟର ୧୩ କର୍ମଚାରୀ କରୋନା ସଂକ୍ରମିତ

ନୂଆଦିଲ୍ଲୀ : ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବୈଜଲଙ୍କ କାର୍ଯ୍ୟାଳୟର ୧୩ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି। ସେମାନେ କୋଭିଡ-୧୯ ପଜିଟିଭ ଥିବା ମଙ୍ଗଳବାର ପୂର୍ବାହ୍ଣରେ ସ୍ପଷ୍ଟ ହୋଇଛି। ଏହି ଘଟଣା ପରେ ସିଭିଲ ଲାଇନ୍ସର ରାଜ ନିୱାସ ମାର୍ଗ ସ୍ଥିତ ଏହି କାର୍ଯ୍ୟାଳୟକୁ ବିଶୋଧନ କରିବାକୁ ପଦକ୍ଷେପ ଗ୍ରହଣ କରାଯାଇଛି। ଏଥିସହ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କର କୋଭିଡ-୧୯ ପରୀକ୍ଷା କରାଯାଇଛି। ଇତିମଧ୍ୟରେ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦,୮୩୪ ଥିବା ବେଳେ ୫୨୩ ଜଣ କୋଭିଡ-୧୯ ରୋଗୀଙ୍କ ମୃତ୍ୟୁ ଘଟିଛି।

Comments are closed.