ସହଜ ଉପାୟରେ ମକା ଉପମା

ଆବଶ୍ୟକ ସାମଗ୍ରୀ
ସିଝା ମକା – ୧କପ
ଚୁଡ଼ା – ୨କପ
କଟା ହୋଇଥିବା ପିଆଜ – ୨ଟି
କଟା ହୋଇଥିବା ଟମାଟୋ – ୧ଟି
ଲୁଣ – ଆବଶ୍ୟକ ଅନୁସାରେ
ତେଲ – ୨ ଚାମଚ
କଞ୍ଚା ଲଙ୍କା – ୨ଟି
ଲଙ୍କା ଗୁଣ୍ଡ – ସାମାନ୍ୟ
ହଳଦୀ ଗୁଣ୍ଡ – ସାମାନ୍ୟ
ଧନିଆପତ୍ର – ଅଳ୍ପ
ଗୋଟା ସୋରିଷ – ଅଳ୍ପ
ଭୁସଙ୍ଗ ପତ୍ର – ଆବଶ୍ୟକ ଅନୁଯାୟୀ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସରେ କୁକର ବସାଇ ମକାକୁ ସିଝାଇ ରଖନ୍ତୁ। ଏବେ ଚୁଡାକୁ ଭଲ ଭାବେ ଧୋଇ ରଖନ୍ତୁ। ଏହାପରେ ଗ୍ୟାସରେ କଡେଇ ବସାଇ ତେଲ ଗରମ କରି ସୋରିଷ ପକାନ୍ତୁ। ଏବେ କଞ୍ଚାଲଙ୍କା, ପିଆଜ , ଭୁସଙ୍ଗପତ୍ର ପକାଇ ଭାଜନ୍ତୁ। ଏବେ ଏଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ , ଟମାଟୋ ଓ ଚୁଡା ପକାଇ ଗୋଳାନ୍ତୁ। ଗୋଳାଇବା ପରେ ସିଝା ମକା ଓ ଧନିଆପତ୍ର ପକାନ୍ତୁ। ପ୍ରସ୍ତୁତ ହୋଇଗଲା ମକା ଉପମା।

Comments are closed.