ନିଆଁ ଲାଗି ଜଳିଗଲା ଅମଳ ମକା

ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମଇଦଳପୁର ପଂଚାୟତ ଟାଙ୍ଗରା ପକନା ଗ୍ରାମର ବିଶ୍ଵନାଥ ସାନ୍ତାଙ୍କ ଅମଳ ମକାରେ ଗୁରୁବାର ନିଆଁ ଲାଗି ପୋଡି ନଷ୍ଟ ହୋଇଯାଇଛି । ଗରିବ ଶ୍ରେଣୀର ବିଶ୍ୱନାଥ ଚାଷ କରି ପରିବାର ପ୍ରତିପୋଷଣ କରନ୍ତି । ଚଳିତ ବର୍ଷ ଧାର କରଜ କରି ଏକର ଜମିରେ ମକା ଚାଷ କରିଥିଲେ । ଅମଳ ହେବାରୁ ଆଣି ରଖିଥିଲେ । ବିଶ୍ଵନାଥ ପୋଖରୀକୁ ଗାଧୋଇବାକୁ ଯାଇଥିବା ସମୟରେ ମକା ଫସଲରେ ନିଆଁ ଲାଗି ଯାଇଥିଲା । ଠେଙ୍ଗା ବାଡ଼ିରେ ପିଟି ପିଟି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ୨ ଏକର ଜମିର ପ୍ରାୟ ୩୦ ହଜାରରୁ ଊର୍ଦ୍ଧ୍ବ ମକା ଏହି ନିଆଁରେ ପୋଡିଯାଇଛି । ପ୍ରଶାସନ ତରଫରୁ ସହାୟତା ପ୍ରଦାନ ଲାଗି ଦାବି ହୋଇଛି ।

Comments are closed.