ମଧୁମେହ ରୋଗୀଙ୍କ ପାଇଁ କୌଣସି ମହୌଷଧୀ ଠାରୁ କମ୍‌ ନୁହେଁ ଧନିଆ

ମଧୁମେହ ରୋଗୀମାନେ ସର୍ବଦା ନିଜ ଖାଦ୍ୟ ଓ ପାନୀୟ ପ୍ରତି ସଚେତନ ରହିବା ଆବଶ୍ୟକ। ସେମା​‌ନେ ସୁସ୍ଥ ପରିବେଶରେ ରହିବା ସହ ନିଜର ଠିକ ଭାବେ ଯତ୍ନ ନେବା ମଧ୍ୟ ଆବଶ୍ୟକ। ତେଣୁ ମଧୁମେହ ରୋଗୀମାନଙ୍କ ପାଇଁ ଧନିଆ କୌଣସି ଯାଦୁ ଠାରୁ କମ ନୁହେଁ। ସେମାନେ ଖାଦ୍ୟରେ ଧନିଆକୁ ବ୍ୟବହାର କରିବା ଦ୍ବାରା ମଧୁମେହ ରୋଗ ନିୟନ୍ତ୍ରିତ ହୋଇ ରହିଥାଏ। ତେଣୁ ଆସନ୍ତୁ ଜାଣିବା ମଧୁମେହ ରୋଗୀଙ୍କ ପାଇଁ ଧନିଆର ଉପଯୋଗୀତା ବିଷୟରେ ..

ବିଶେଷ କରି ଧନିଆର ବ୍ୟବହାର ମସଲା ଭାବେ ସମସ୍ତଙ୍କ ଘରେ ବ୍ୟବହାର କରାଯାଇଥାଏ। ଧନିଆର ସେବନ ଦ୍ବାରା ରକ୍ତରେ ଶର୍କରା ନିୟନ୍ତ୍ରିତ ରହିଥାଏ। ଏକ ଗବେଷଣାରୁ ଜଣାପଡିଛି ଯେ, ମଧୁମେହ ରୋଗୀଙ୍କ ପାଇଁ ଘରେ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଧନିଆର ବ୍ୟବହାର କରିବା ଉଚିତ। ଏହାଦ୍ବାରା ସେମାନଙ୍କ ପାଚନ ତନ୍ତ୍ର ଅଧିକ ସକ୍ରିୟ ହୋଇଥାଏ। ଯାହାଦ୍ବାରା ଇନସୁଲିନର ସ୍ତର ବୃଦ୍ଧି ହେବାର ସହାୟକ ହୋଇଥାଏ।

ଧନିଆ ମଞ୍ଜିରୁ ମିଳୁଥିବା ଆବଶ୍ୟକ ତେଲ ଦ୍ବାରା ଶରୀରରେ ଇନସୁଲିନ୍‌ର ସ୍ତର ପ୍ରାକୃତିକ ରୂପେ ବଢିଥାଏ। ଧନିଆରେ ବୋଲାଟାଇଲ ତେଲ ମିଳିଥାଏ। ଏହା ଶରୀରକୁ ଅନେକ ରୋଗ ସହ ଲଢିବାରେ ସହାୟକ ହୋଇଥାଏ।

ଧନିଆର ସେବନ ଦ୍ବାରା କେବଳ ମଧୁମେହ ରୋଗ ନୁହେଁ ବରଂ ଡାଇରିଆ, ପେଟ ଫୁଲିବା ପରି ସମସ୍ୟା ଦୂର ହୋଇଥାଏ।

ସକାଳେ ଧନିଆକୁ ଗରମ ପାଣିରେ ଫୁଟାଇ ତାକୁ ଛାଣି ଖାଲି ପେଟରେ ପିଅନ୍ତୁ। ଏହାଦ୍ବାରା ପେଟରେ ଷ୍ଟୋନ ହୋଇଥିଲେ କିଛି ଦିନ ମଧ୍ୟରେ ତାହା ୟୁରିନ୍ ଦେଇ ବାହାରି ଯାଇଥାଏ।

Comments are closed.