ନୂଆ ଚିହ୍ନଟ ଆକ୍ରାନ୍ତ ୩୦,୦୦୫ ; ମୋଟ ଆକ୍ରାନ୍ତ ୯୮ ଲକ୍ଷ ୨୬ ହଜାର ୭୭୫କୁ ବୃଦ୍ଧି

ନୂଆଦିଲ୍ଲୀ : ଦେଶରେ ଗତ କିଛି ଦିନ ଧରି ଲଗାତାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଉଭୟ ହ୍ରାସ ଓ ବୃଦ୍ଧି ପାଉଥିବା ଦେଖାଯାଉଛି। ଗତକାଲି ଜଣାପଡିଥିବା ଆକ୍ରାନ୍ତଙ୍କ ସଂଖ୍ୟା , ଆଜି ଜଣାପଡ଼ିଥିବା ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି। ଦେଶରେ ୨୪ ଘଣ୍ଟାରେ ୩୦,୦୦୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ଚିକିତ୍ସାଧୀନ ଅବସ୍ଥାରେ ୪୪୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୋଟ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୪୨ ହଜାର ୬୨୮ରେ ପହଞ୍ଚିଛି। ସେହିପରି ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୮ ଲକ୍ଷ ୨୬ ହଜାର ୭୭୫କୁ ବୃଦ୍ଧି ପାଇଛି। ୩ଲକ୍ଷ ୫୯ ହଜାର ୮୧୯ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ୯୩ ଲକ୍ଷ ୨୪ ହଜାର ୩୨୮ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରାଳାୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

Comments are closed.