ରାଜ୍ୟରେ ସକ୍ରିୟ ଆକ୍ରାନ୍ତ ୭୯୨ ; ଆଉ ନୂଆ କରୋନା ପଜିଟିଭ ୮୧

ଭୁବନେଶ୍ୱର : ରାଜ୍ୟରେ ଗତକାଲି ଜଣାପଡିଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ତୁଳନାରେ ଆଜି ଏଥିରେ ହ୍ରାସ ହୋଇଛି। ୨୪ ଘଣ୍ଟାରେ ଆଉ ୮୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୪୯, ସ୍ଥାନୀୟ ୩୨। ମୋଟ ପଜିଟିଭ ସଂଖ୍ୟା ୩,୩୭,୫୨୯କୁ ବୃଦ୍ଧି ପାଇଛି। ୩,୩୪,୭୬୭ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୯୨ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।


୨୨ ଜିଲା ଓ ଷ୍ଟେଟପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସମ୍ବଲପୁରରୁ ସର୍ବାଧିକ ୧୫। ଅନ୍ୟ ୨୧ ଜିଲାରୁ ଏକ ଅଙ୍କ ବିଶିଷ୍ଟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନୁଗୁଳ, ଦେଓଗଡ, ଗଜପତି, ଗଞ୍ଜାମ, କଳାହାଣ୍ଡି, କେନ୍ଦ୍ରାପଡା, ମାଲକାନଗିରି,ନବରଙ୍ଗପୁର, ନୂଆପଡା, ସୋନପୁରରୁ , ଷ୍ଟେଟପୁଲରୁ ୧ ଲେଖାଏଁ, ମୟୁରଭଞ୍ଜ ୮, ବରଗଡ ୭ ବାଲେଶ୍ୱର , ସୁନ୍ଦରଗଡ, ଖୋର୍ଦ୍ଧାରୁ ୬ ଲେଖାଏଁ, ଝାରସୁୁଗୁଡ଼ା ୫, ଭଦ୍ରକ, ଜଗତସିଂହପୁର,ଯାଜପୁରରୁ ୪ ଲେଖାଏଁ, କଟକ ୩, ପୁରୀ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.