କମୁଛି ସଂକ୍ରମଣ ; ରାଜ୍ୟରେ ଆଉ ୩୬୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ବୌଦ୍ଧ, ଗଜପତି, ନବରଙ୍ଗପୁର ଓ ସୋନପୁରରୁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି

ଭୁବନେଶ୍ୱର : ରାଜ୍ୟରେ କିଛିଦିନ ହେବ ଆକ୍ରାନ୍ତଙ୍କ ସଂଖ୍ୟା ଦୈନିକ ହ୍ରାସ ପାଉଥିବା ଦେଖାଯାଉଛି। ୨୪ ଘଣ୍ଟାରେ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ସଂଖ୍ୟା ୪୦୦ ମଧ୍ୟରେ ସୀମିତ ରହିଛି। ଆଉ ୩୬୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୨୧୨, ସ୍ଥାନୀୟ ଅଞ୍ଚଳରୁ ୧୫୬ ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୧,୫୬୪ରେ ପହଞ୍ଚିଛି। ୩,୧୫,୮୪୦ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩,୮୯୩ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।


୨୬ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୪୯ ଓ ସୁନ୍ଦରଗଡରୁ ୪୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନୁଗୁଳରୁ ୩୦, ବାଲେଶ୍ୱର ୧୬, ବରଗଡ ୧୯, ଭଦ୍ରକ ୧୯, ବଲାଙ୍ଗୀର ୧୮, କଟକ ୨୬, ଦେଓଗଡ ୧, ଢେଙ୍କାନାଳ ୪, ଗଞ୍ଜାମ ୬, ଜଗତସିଂହପୁର ୮, ଯାଜପୁର ୬, ଝାରସୁଗୁଡା ୬, କଳାହାଣ୍ଡି ୬, କନ୍ଧମାଳ ୨, କେନ୍ଦ୍ରାପଡ଼ା ୫, କେନ୍ଦୁଝର ୨୨, କୋରାପୁଟ ୪, ମାଲକାନଗିରି ୧, ମୟୁରଭଞ୍ଜ ୨୪, ନୟାଗଡ ୫, ପୁରୀ ୧୮, ରାୟଗଡା ୨, ସମ୍ବଲପୁର ୧୧, ଷ୍ଟେଟ ପୁଲରୁ ୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.