ସର୍ବନିମ୍ନ ସ୍ତରରେ ପଜିଟିଭଙ୍କ ସଂଖ୍ୟା ; ନୂଆ ଚିହ୍ନଟ ଆକ୍ରାନ୍ତ ୪୩୪

ଗଜପତି ଓ କନ୍ଧମାଳ ଜିଲାରୁ ଚିହ୍ନଟ ହୋଇନାହାନ୍ତି ନୂଆ ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ ସର୍ବନିମ୍ନ ସ୍ତରରେ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି। ଆଉ ନୂଆ ଆକ୍ରାନ୍ତ ୪୩୪ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୨୪୯ ଓ ସ୍ଥାନୀୟ ଅଞ୍ଚଳରୁ ୧୮୫। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୦,୦୧୭ରେ ପହଞ୍ଚିଛି। ୩,୧୩,୩୯୪ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୪,୮୧୫ ସକ୍ରିୟ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।


୨୮ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୫୪ ଓ ଅନୁଗୁଳରୁ ୪୫, ସୁନ୍ଦରଗଡ ୪୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବାଲେଶ୍ୱର ୧୦, ବରଗଡ ୨୩, ଭଦ୍ରକ ୮, ବଲାଙ୍ଗୀର ୨୯, ବୌଦ୍ଧ ୩, କଟକ ୨୮, ଦେଓଗଡ ୧, ଢେଙ୍କାନାଳ ୨, ଗଞ୍ଜାମ ୯, ଜଗତସିଂହପୁର ୯, ଯାଜପୁର ୧୬, ଝାରସୁଗୁଡ଼ା ୭, କଳାହାଣ୍ଡି ୮, କେନ୍ଦ୍ରାପଡ଼ା ୮, କେନ୍ଦୁଝର ୨୫, କୋରାପୁଟ ୬, ମାଲାକାନଗିରି ୨, ମୟୁରଭଞ୍ଜ ୨୭, ନବରଙ୍ଗପୁର ୨, ନୟାଗଡ଼ ୧, ନୂଆପଡ଼ା ୩୦, ପୁରୀ ୧୯, ରାୟଗଡ଼ା ୧, ସମ୍ବଲପୁର ୮, ସୋନପୁର ୧, , ଷ୍ଟେଟ ପୁଲରୁ ୧୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.