ହ୍ରାସ କରୋନା ପଜିଟିଭ ସଂଖ୍ୟାରେ ମିଳୁଛି ଆଶ୍ୱସ୍ତି ; ଚିହ୍ନଟ ନୂଆ କରୋନା ଆକ୍ରାନ୍ତ ୩୮ ହଜାର ୩୧୦

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ଓ ମୃତକଙ୍କ ସଂଖ୍ୟାରେ ହ୍ରାସ ପାଉଛି। ୨୪ ଘଣ୍ଟାରେ ଦେଶରେ ୩୮ ହଜାର ୩୧୦ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୪୯୦ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାସହ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୨୩ ହଜାର ୦୯୭ରେ ପହଞ୍ଚିଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୨ ଲକ୍ଷ ୬୭ ହଜାର ୬୨୩କୁ ବୃଦ୍ଧି ପାଇଛି। ସେହିପରି ଦେଶରେ ୫,୪୧,୪୦୫ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ୭୬,୦୩, ୧୨୧ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।

Comments are closed.