ଦେଶରେ ବୃଦ୍ଧି ଆରୋଗ୍ୟ ହାର ; ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ , ନୂଆ ଆକ୍ରାନ୍ତ ଟପିଲା ୨ . ୬୩ ଲକ୍ଷ

ନୂଆଦିଲ୍ଲୀ : ଦେଶରେ ଦୀର୍ଘ ୨୭ ଦିନ ପରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ତଳକୁ ଖସିଛି। ୨ ଦିନ ମଧ୍ୟରେ ଆକ୍ରାନ୍ତଙ୍କ ହ୍ରାସ ପାଇଥିବା ସହ ଦେଶରେ ଦିନକରେ ୨,୬୩,୫୩୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ମୋଟ ପଜିଟିଭ ସଂଖ୍ୟା ୨,୫୨,୨୮,୯୯୬କୁ ବୃଦ୍ଧି ପାଇଛି। ଏହାସହ ଚିକିତ୍ସାଧୀନ ଅବସ୍ଥାରେ ୪,୩୨୯ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୨,୭୮,୭୧୯ରେ ପହଞ୍ଚିଛି। ୨୪ ଘଣ୍ଟାରେ ୪,୨୨,୪୩୬ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ ୨,୧୫,୯୬,୫୧୨ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆରୋଗ୍ୟ ହାର ୮୫.୬୦%କୁ ବୃଦ୍ଧି ପାଇଛି। ୩୩,୫୩,୭୬୫ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳାୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

Comments are closed.