୧୮ ଜିଲା ଓ ଷ୍ଟେଟ ପୁଲରୁ ୯୭ ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ପୁଣି ଶହେ ମୁହାଁ ଆକ୍ରାନ୍ତଙ୍କ ସଂଖ୍ୟା। ଦିନକରେ ଆଉ ୯୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୫୮, ସ୍ଥାନୀୟ ୩୯। ମୋଟ ପଜିଟିଭ ୩,୩୭,୪୪୮କୁ ବୃଦ୍ଧି ପାଇଛି। ୩,୩୪,୭୦୩ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ମୋଟ ୭୭୫ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।
୧୮ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧୪, ସମ୍ବଲପୁରରୁ ୧୩ ଓ ସୁନ୍ଦରଗଡରୁ ୧୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।


ଅନୁଗୁଳ ୨, ବାଲେଶ୍ୱର ୫, ବରଗଡ ୬, ବଲାଙ୍ଗୀର ୨, କଟକ ୪, ଦେଓଗଡ ୧, ଜଗତସିଂହପୁର ୧, ଯାଜପୁର ୫, ଝାରସୁଗୁଡା ୬, କଳାହାଣ୍ଡି ୨, କେନ୍ଦୁଝର ୪, ମୟୁରଭଞ୍ଜ ୬, ନବରଙ୍ଗପୁର ୪, ନୟାଗଡ ୨, ପୁରୀ ୬, ଷ୍ଟେଟ ପୁଲରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.