ଦ୍ରୁତ ଗତିରେ ହ୍ରାସ ଆକ୍ରାନ୍ତଙ୍କ ସଂଖ୍ୟା ; ଆଉ ନୂଆ ପଜିଟିଭ ୧୪୩

ଭୁବନେଶ୍ୱର :ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇବା ସହ ଆଜି ଜଣାପଡିଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୫୦ ମଧ୍ୟରେ ସୀମତି ରହିଛି। ୨୪ ଘଣ୍ଟାରେ ଆଉ ୧୪୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୮୪, ସ୍ଥାନୀୟ ୫୯ । ମୋଟ ପଜିଟିଭ ସଂଖ୍ୟା ୩,୩୩,୮୬୬କୁ ବୃଦ୍ଧି ପାଇଛି। ୩,୩୦,୩୨୧ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧,୫୮୯ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।


୨୩ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ପୁରୀରୁ ସର୍ବାଧିକ ୨୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନୁଗୁଳ ୧୩, ବାଲେଶ୍ୱର ୮, ବରଗଡ ୧୨, ବଲାଙ୍ଗୀର ୨, ବୌଦ୍ଧ ୧, କଟକ ୬, ଦେଓଗଡ ୧, ଗଜପତି ୧, ଗଞ୍ଜାମ ୪, ଜଗତସିଂହପୁର ୪, ଯାଜପୁର ୫, ଝାରସୁଗୁଡ଼ା ୫, କଳାହାଣ୍ଡି ୨, କେନ୍ଦ୍ରାପଡା ୨, କେନ୍ଦୁଝର ୨, ଖୋର୍ଦ୍ଧା ୯, କୋରାପୁଟ ୨, ମୟୁରଭଞ୍ଜ ୨, ନୂଆପଡା ୪, ସମ୍ବଲପୁର ୧୬, ସୋନପୁର ୧, ସୁନ୍ଦରଗଡ ୧୭, ଷ୍ଟେଟ ପୁଲରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.