ରାଜ୍ୟରେ ନୂଆ ପଜିଟିଭ ୧୮୩ ; ସକ୍ରିୟ ଆକ୍ରାନ୍ତ ୨,୦୩୯

ଭୁବନେଶ୍ୱର : ରାଜ୍ୟରେ ସର୍ବନିମ୍ନ ସ୍ତରରେ ଆକ୍ରାନ୍ତଙ୍କ ସଂଖ୍ୟା । ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ରେ ସୀମିତ। ୨୪ ଘଣ୍ଟାରେ ନୂଆ ପଜିଟିଭ ୧୮୩। ସଙ୍ଗରୋଧ କେନ୍ଦ୍ରରୁ ୧୦୬, ସ୍ଥାନୀୟ ୭୭। ମୋଟ ପଜିଟିଭ ସଂଖ୍ୟା ୩,୩୩,୩୧୦କୁ ବୃଦ୍ଧି ପାଇଛି। ୩,୨୯,୩୧୮ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨,୦୩୯ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।


୨୩ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ସର୍ବାଧିକ ୨୦। ବାଲେଶ୍ୱର ୬, ବରଗଡ ୧୦, ଭଦ୍ରକ ୧, ବଲାଙ୍ଗୀର ୩, ବୌଦ୍ଧ ୧, କଟକ ୭, ଦେଓଗଡ ୨, ଗଜପତି ୩, ଗଞ୍ଜାମ ୧, ଯାଜପୁର ୭, ଝାରସୁଗୁଡ଼ା ୧୧, କଳାହାଣ୍ଡି ୧, କନ୍ଧମାଳ ୧, କେନ୍ଦ୍ରାପଡ଼ା ୪, କେନ୍ଦୁଝର ୩, ଖୋର୍ଦ୍ଧା ୧୯, ମୟୁରଭଞ୍ଜ ୮, ନୟାଗଡ ୧, ନୂଆପଡ଼ା ୧୮, ପୁରୀ ୧୩, ସମ୍ବଲପୁର ୧୯, ସୁନ୍ଦରଗଡ ୧୮, ଷ୍ଟେଟ ପୁଲରୁ ୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments
Loading...