ଚିନ୍ତା ବଢାଉଛି ଦୈନିକ ସଂକ୍ରମଣ ; ନୂଆ ଆକ୍ରାନ୍ତ ୪୫୨

ଭୁବନେଶ୍ୱର ; ରାଜ୍ୟରେ ହୁ ହୁ ହୋଇ ବୃଦ୍ଧି ପାଉଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ୪୫୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୨୬୭ ସଙ୍ଗରୋଧରୁ , ୧୮୫ ସ୍ଥାନୀୟ। ସେହିପରି ମୋଟ ପଜିଟିଭଙ୍କ ସଂଖ୍ୟା ୩,୪୨,୨୨୪କୁ ବୃଦ୍ଧି ପାଇଥିବା ବେଳେ ୩,୩୭,୪୩୦ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାସହ ୨,୮୨୦ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।


୨୮ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୭୭, ସୁନ୍ଦରଗଡ ୭୫, ନୂଆପଡା ୭୧, କଳାହାଣ୍ଡି ୨୯, କଟକ ୨୬ । ବରଗଡ ୧୯, ଝାରସୁଗୁଡା ୧୭, ଷ୍ଟେଟ ପୁଲରୁ ୧୬, ବଲାଙ୍ଗୀର ୧୫, ଗଞ୍ଜାମ ୧୩, ଅନୁଗୁଳ ୧୨, ପୁରୀ ୧୧, ମୟୁରଭଞ୍ଜ ୧୦, ସମ୍ବଲପୁର ୧୦, ବାଲେଶ୍ୱର ୫, , ଭଦ୍ରକ ୪, ଦେଓଗଡ ୧, ଢେଙ୍କାନାଳ ୧, ଗଜପତି ୪, ଜଗତସିଂହପୁର ୧, ଯାଜପୁର ୮, , କନ୍ଧମାଳ ୪, କେନ୍ଦ୍ରାପଡା ୨, କେନ୍ଦୁଝର ୩, କୋରାପୁଟ ୨, ମାଲକାନଗିରି ୨, ନବରଙ୍ଗପୁର ୮, ନୟାଗଡ ୧, ରାୟଗଡା ୫, ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.