ପୁଣି ବୃଦ୍ଧି ପାଉଛି ସଂକ୍ରମଣ ; ୨୪ ଘଣ୍ଟାରେ ୨୧୪ ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ପୁଣି ବୃଦ୍ଧି ପାଉଛି କରୋନା ସଂକ୍ରମଣ। ୨୪ ଘଣ୍ଟାରେ ୨୧୪ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୧୨୬, ସ୍ଥାନୀୟ ୮୮। ମୋଟ ପଜିଟିଭ ସଂଖ୍ୟା ୩,୩୯,୪୬୦ରେ ପହଞ୍ଚିଛି। ୩,୩୬,୩୩୭ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୧୫୧ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।


୨୪ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୩୩ ଓ ସୁନ୍ଦରଗଡରୁ ୨୭ ଆକ୍ରାନ୍ତ ଚିହ୍ନଟ। କଟକ, ବଲାଙ୍ଗୀରରୁ ୨୦ ଲେଖାଏଁ, ବାଲେଶ୍ୱର ୧୧, ବରଗଡ ୧୩, ଅନୁଗୁଳରୁ ୬, ଭଦ୍ରକ ୪, ,ବୌଦ୍ଧ ୨, ଢେଙ୍କାନାଳ ୧୦, ଗଞ୍ଜାମ ୪, ଜଗତସିଂହପୁର ୨, ଯାଜପୁର ୫, ଝାରସୁଗୁଡା ୩, କଳାହାଣ୍ଡି ୫, କନ୍ଧମାଳ ୧, କେନ୍ଦ୍ରାପଡା ୧, କୋରାପୁଟ ୧୦, ମୟୁରଭଞ୍ଜ ୯, ନବରଙ୍ଗପୁର ୧, ନୂଆପଡା ୨, ପୁରୀ ୫, ରାୟଗଡା ୩, ସମ୍ବଲପୁର ୧୦, ଷ୍ଟେଟ ପୁଲରୁ ୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.