ରାଜ୍ୟରେ ଆଉ ୧୨୦ ନୂଆ ପଜିଟିଭ ଚିହ୍ନଟ ; କଟକରୁ ସର୍ବାଧିକ

ଭୁବନେଶ୍ୱର : ରାଜ୍ୟରେ ପୁଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖାଯାଉଛି। ଦିନକରେ ଆଉ ୧୨୦ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୭୧, ସ୍ଥାନୀୟ ୪୯। ମୋଟ ପଜିଟିଭ ୩,୩୮,୭୧୯କୁ ବୃଦ୍ଧି ପାଇଛି।୩,୩୫,୯୯୪ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୫୪ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।


୨୨ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କଟକରୁ ସର୍ବାଧିକ ୨୬, ସୁନ୍ଦରଗଡରୁ ୧୬, ମୟୁରଭଞ୍ଜରୁ ୧୫ ଓ ଖୋର୍ଦ୍ଧାରୁ ୧୪, ସମ୍ବଲପୁର ୧୦, ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନୁଗୁଳରୁ ୧,ବାଲେଶ୍ୱର ୪, ବରଗଡ ୧, ଭଦ୍ରକ ୩, ବଲାଙ୍ଗୀର ୨, ଢେଙ୍କାନାଳ ୧, ଗଞ୍ଜାମ ୪, ଜଗତସିଂହପୁର ୧, ଯାଜପୁର ୪, ଝାରସୁଗୁଡା ୩, କଳାହାଣ୍ଡି ୧, କେନ୍ଦ୍ରାପଡା ୨, କେନ୍ଦୁଝର ୧, ନବରଙ୍ଗପୁର ୧, ନୂଆପଡା ୧, ପୁରୀ ୩, ରାୟଗଡା ୩, ଷ୍ଟେଟପୁଲରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.