ରାଜ୍ୟରୁ ଆଉ ୮୪ ନୂଆ କରୋନା ପଜିଟିଭ ଚିହ୍ନଟ ; କଟକରୁ ସର୍ବାଧିକ

ଭୁବନେଶ୍ୱର : ରାଜ୍ୟରୁ ୨୪ ଘଣ୍ଟାରେ ୮୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୪୯, ସ୍ଥାନୀୟ ୩୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ପଜିଟିଭ ୩,୩୮,୪୮୯କୁ ବୃଦ୍ଧି ପାଇଛି। ୩,୩୫,୮୫୭ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୬୬୧ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।


୧୭ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କଟକରୁ ସର୍ବାଧିକ ୨୫ ଓ ସୁନ୍ଦରଗଡରୁ ୧୦ ଆକ୍ରାନ୍ତ ଚିହ୍ନଟ। ଅନୁଗୁଳରୁ ୪, ବାଲେଶ୍ୱର ୧, ବରଗଡ ୯, ଭଦ୍ରକ ୧, ଗଞ୍ଜାମ ୨, ଜଗତସିଂହପୁର ୨, ଯାଜପୁର ୫, କଳାହାଣ୍ଡି ୩, ଖୋର୍ଦ୍ଧା ୪, କୋରାପୁଟ ୧, ମୟୁରଭଞ୍ଜ ୩, ନବରଙ୍ଗପୁର ୧, ପୁରୀ ୩, ରାୟଗଡା ୫, ସମ୍ବଲପୁର ୪, ଷ୍ଟେଟ ପୁଲରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.