ରାଜ୍ୟରୁ ଆଉ ୬୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଆଜି ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ୭୦ରେ ସୀମିତ ରହିଛି। ୨୪ ଘଣ୍ଟାରେ ୬୫ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୩୭ , ସ୍ଥାନୀୟ ୨୮। ମୋଟ ପଜିଟିଭ ସଂଖ୍ୟା ୩,୩୮,୩୨୩କୁ ବୃଦ୍ଧି ପାଇଛି । ୩,୩୫,୭୩୦ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୬୨୨ ଆକ୍ରାନ୍ତ ଚିିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।


୧୩ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସୁନ୍ଦରଗଡରୁ ସର୍ବାଧିକ ୧୫ ଆକ୍ରାନ୍ତ। ମୟୁରଭଞ୍ଜ ୯, ବାଲେଶ୍ୱର, ଖୋର୍ଦ୍ଧା, ଯାଜପୁର, କଟକରୁ ୫ ଲେଖାଏଁ , ଅନୁଗୁଳ, ଝାରସୁଗୁଡାରୁ ୪ ଲେଖାଏଁ, ବଲାଙ୍ଗୀର, ଗଞ୍ଜାମ, ପୁରୀରୁ ୩ ଲେଖାଏଁ, ଦେଓଗଡ ୨, ନୂଆପଡା ୧, ଷ୍ଟେଟ ପୁଲରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.