୧୩ ଜିଲା ଓ ଷ୍ଟେଟ ପୁଲରୁ ୬୬ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଆଉ ୬୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୩୯, ସ୍ଥାନୀୟ ୨୭। ମୋଟ ପଜିଟିଭ ୩,୩୮,୨୫୮କୁ ବୃଦ୍ଧି ପାଇଛି। ୩,୩୫,୬୬୦ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୬୨୭ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।


୧୩ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ବରଗଡରୁ ସର୍ବାଧିକ ୧୦ ଆକ୍ରାନ୍ତ ଚିହ୍ନଟ ବେଳେ ଅନ୍ୟ ୧୨ ଜିଲାରୁ ଏକ ଅଙ୍କ ବିଶିଷ୍ଟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ୯, ମୟୁରଭଞ୍ଜ ୮, ସୁନ୍ଦରଗଡ ୭, ଯାଜପୁର ୬, ବାଲେଶ୍ୱର କଟକରୁ ୫ଲେଖାଏଁ, ଝାରସୁଗୁଡା ୪, ସମ୍ବଲପୁର,ଅନୁଗୁଳରୁ ୩ ଲେଖାଏଁ , ଗଞ୍ଜାମ ୨, ଷ୍ଟେଟ ପୁଲରୁ ୨, ନୟାଗଡ,ନୂଆପଡାରୁ ୧ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.