୧୨ ଜିଲା ଓ ଷ୍ଟେଟ ପୁଲରୁ ୬୫ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଆଜି ୭୦ରେ ସୀମିତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ୨୪ ଘଣ୍ଟାରେ ୬୫ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୩୮, ସ୍ଥାନୀୟ ୨୭। ମୋଟ ପଜିଟିଭ ୩,୩୮,୧୨୧କୁ ବୃଦ୍ଧି ପାଇଛି। ୩,୩୫,୪୯୯ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୬୫୧ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।


୧୨ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କଟକ ଓ ସୁନ୍ଦରଗଡରୁ ସର୍ବାଧିକ ୧୩ ଲେଖାଏଁ ଆକ୍ରାନ୍ତ। ଅନୁଗୁଳରୁ ୫, ବାଲେଶ୍ୱର ୨, ବରଗଡ ୨, ବଲାଙ୍ଗୀର ୩, ଯାଜପୁର ୪, ଝାରସୁଗୁଡା ୩, କେନ୍ଦୁଝର ୧, ଖୋର୍ଦ୍ଧା ୭, ମୟୁରଭଞ୍ଜ ୭, ସମ୍ବଲପୁର ୩, ଷ୍ଟେଟ ପୁଲରୁ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.