ରାଜ୍ୟରେ ଆଉ ୬୯ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଆଉ ୬୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୪୧, ସ୍ଥାନୀୟ ୨୮। ମୋଟ ପଜିଟିଭ ସଂଖ୍ୟା ୩,୩୭,୯୨୯ରେ ପହଞ୍ଚିଛି। ୩,୩୫,୨୫୦ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୦୯ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।


୧୫ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସୁନ୍ଦରଗଡରୁ ସର୍ବାଧିକ ୧୪ ଓ କଟକରୁ ୧୧ ଆକ୍ରାନ୍ତ ଚିହ୍ନଟ। ଅନୁଗୁଳରୁ ୫, ବାଲେଶ୍ୱର ୬, ବଲାଙ୍ଗୀର ୧, ଦେଓଗଡ ୨, ଯାଜପୁର ୫, ଝାରସୁଗୁଡା ୧, କେନ୍ଦୁଝର ୩, ଖୋର୍ଦ୍ଧା ୫, କୋରାପୁଟ ୧, ମୟୁରଭଞ୍ଜ ୮, ନବରଙ୍ଗପୁର ୧, ପୁରୀ ୧, ସମ୍ବଲପୁର ୪, ଷ୍ଟେଟ ପୁଲ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.