୧୩ ଜିଲା ଓ ଷ୍ଟେଟ ପୁଲରୁ ୫୭ ନୂଆ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬୦ରେ ସୀମିତ ରହିଛି। ଦିନକରେ ଆଉ ୫୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୩୪,ସ୍ଥାନୀୟ ୨୩। ମୋଟ ପଜିଟିଭ ୩,୩୭,୮୬୦ରେ ପହଞ୍ଚିଛି। ୩,୩୫,୧୬୮ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୨୨ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।


୧୩ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧୨ ଓ କଟକରୁ ୮ ଆକ୍ରାନ୍ତ। ସୁନ୍ଦରଗଡରୁ ୭, ମୟୁରଭଞ୍ଜ ୬, ଅନୁଗୁଳ ୫, ଯାଜପୁର , ସମ୍ବଲପୁର, ଝାରସୁଗୁଡାରୁ ୩ ଲେଖାଏଁ, ବରଗଡ, ଦେଓଗଡ, ପୁରୀ, ଷ୍ଟେଟ ପୁଲରୁ ୨ଲେଖାଏଁ, ବଲାଙ୍ଗୀର, ରାୟଗଡାରୁ ୧ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments
Loading...