୧୫ ଜିଲା ଓ ଷ୍ଟେଟ ପୁଲରୁ ୫୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ ମଧ୍ୟରେ କରୋନା ପଜିଟିଭ ସଂଖ୍ୟା୧୦୦ ମୁହାଁ ହେଉଥିବା ବେଳେ ଆଜି ଏହା ୬୦ରେ ସୀମିତ ରହିଛି। ଦିନକରେ ଆଉ ୫୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୩୨, ସ୍ଥାନୀୟ ୨୨। ମୋଟ ପଜିଟିଭ ସଂଖ୍ୟା ୩,୩୭,୬୭୪କୁ ବୃଦ୍ଧି ପାଇଛି। ୩,୩୪,୯୦୨ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୮୦୨ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।


୧୫ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସମ୍ବଲପୁରରୁ ସର୍ବାଧିକ ୧୦। ଅନ୍ୟ ଜିଲାରୁ ଏକ ଅଙ୍କ ବିଶିଷ୍ଟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବାଲେଶ୍ୱରରୁ ୭, ବରଗଡ ୧, ଭଦ୍ରକ ୧, କଟକ ୩, ଦେଓଗଡ ୧,ଢେଙ୍କାନାଳ ୧, ଯାଜପୁର ୫, ଝାରସୁଗୁଡା ୨, ଖୋର୍ଦ୍ଧା ୬, ମୟୁରଭଞ୍ଜ ୩, ପୁରୀ ୨, ରାୟଗଡା ୨, ସୋନପୁର ୧, ସୁନ୍ଦରଗଡ ୭, ଷ୍ଟେଟ ପୁଲରୁ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.