ଶହେ ମୁହାଁ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର : ରାଜ୍ୟରେ କିଛି ଦିନରେ ପଜିଟିଭ ସଂଖ୍ୟା ୮୦ ମଧ୍ୟରେ ସୀମତି ରହୁଥିବା ବେଳେ ଏଥିରେ ଏବେ କିଛି ପରିମାଣରେ ବୃଦ୍ଧି ହେଉଥିବା ଦେଖାଯାଉଛି। ୨୪ ଘଣ୍ଟାରେ ଆଉ ୯୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୫୬, ସ୍ଥାନୀୟ ୩୮। ମୋଟ ପଜିଟିଭ ସଂଖ୍ୟା ୩,୩୭,୦୧୮ରେ ପହଞ୍ଚିଛି। ୩,୩୪,୪୦୦ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୬୫୦ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।


୨୧ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସମ୍ବଲପୁରରୁ ସର୍ବାଧିକ ୧୭ ଓ ବରଗଡରୁ ୧୦ ଆକ୍ରାନ୍ତ। ଅନ୍ୟ ଜିଲାରୁ ଏକ ଅଙ୍କ ବିଶିଷ୍ଟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନୁଗୁଳ ୪, ବାଲେଶ୍ୱର ୮, ବଲାଙ୍ଗୀର ୧, ବୌଦ୍ଧ ୧, କଟକ ୪, ଗଜପତି ୧, ଗଞ୍ଜାମ ୩, ଯାଜପୁର ୪, ଝାରସୁଗୁଡା ୫, କଳାହାଣ୍ଡି ୧, କନ୍ଧମାଳ ୩, କେନ୍ଦ୍ରାପଡା ୧, କେନ୍ଦୁଝର ୧,ଖୋର୍ଦ୍ଧା ୮, ମୟୁରଭଞ୍ଜ ୭, ନୂଆପଡା ୩, ପୁରୀ ୨, ସୋନପୁର ୧, ସୁନ୍ଦରଗଡ ୮, ଷ୍ଟେଟ ପୁଲରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.