ରାଜ୍ୟରେ ମୋଟ ପଜିଟିଭ ୩,୩୬,୭୬୭ ; ନୂଆ ପଜିଟିଭ ୬୨

ଭୁବନେଶ୍ୱର : ରାଜ୍ୟରେ ଏବେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ରେ ସୀମିତ ରହିଛି। ଦିନକରେ ଆଉ ୬୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୩୭, ସ୍ଥାନୀୟ ୨୫। ମୋଟ ପଜିଟିଭ ସଂଖ୍ୟା ୩,୩୬,୭୬୭ରେ ପହଞ୍ଚିଛି। ୩,୩୪,୧୬୬ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୬୩୪ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।


୧୯ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସମ୍ବଲପୁରରୁ ସର୍ବାଧିକ ୧୨। ଅନ୍ୟ ୧୮ ଜିଲାରୁ ଏକ ଅଙ୍କ ବିଶିଷ୍ଟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନୁଗୁଳରୁ ୧, ବାଲେଶ୍ୱର ୨, ବରଗଡ ୮, ଭଦ୍ରକ ୧, ବଲାଙ୍ଗୀର ୧, କଟକ ୭,ଗଞ୍ଜାମ ୧, ଯାଜପୁର ୩, ଝାରସୁଗୁଡା ୨, କେନ୍ଦ୍ରାପଡା ୧, କେନ୍ଦୁଝର ୧, ଖୋର୍ଦ୍ଧା ୭, କୋରାପୁଟ ୨, ମୟୁରଭଞ୍ଜ ୨, ନୂଆପଡା ୧, ପୁରୀ ୧, ରାୟଗଡା ୨, ସୁନ୍ଦରଗଡ ୫, ଷ୍ଟେଟ ପୁଲରୁ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.