୧୮ ଜିଲାରୁ ୬୯ ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ୧୦୦ରେ ସୀମତି ଆକ୍ରାନ୍ତଙ୍କ ସଂଖ୍ୟା। ଦିନକରେ ଆଉ ୬୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୪୧, ସ୍ଥାନୀୟ ୨୮। ମୋଟ ପଜିଟିଭ ସଂଖ୍ୟା ୩,୩୬,୭୦୫ରେ ପହଞ୍ଚିଛି। ୩,୩୪,୧୦୭ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୬୩୧ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।


୧୮ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସମ୍ବଲପୁରରୁ ସର୍ବାଧିକ ୧୨ ଓ ସୁନ୍ଦରଗଡରୁ ୧୧। ଅନ୍ୟ ଜିଲାରୁ ଏକ ଅଙ୍କ ବିଶିଷ୍ଟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଅନୁଗୁଳ ୨, ବାଲେଶ୍ୱର ୨, ବରଗଡ ୬, ବଲାଙ୍ଗୀର ୧, ବୌଦ୍ଧ ୧, କଟକ ୨,ଦେଓଗଡ ୪, ଗଜପତି ୧, ଯାଜପୁର ୪, ଝାରସୁଗୁଡା ୬, କଳାହାଣ୍ଡି ୧, ଖୋର୍ଦ୍ଧା ୩, ନୂଆପଡା ୫, ପୁରୀ ୨, ରାୟଗଡା ୨, ସୋନପୁର ୩, ଷ୍ଟେଟ ପୁଲରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.