ଆଜି ରାଜ୍ୟରୁ ୬୫ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଦିନକରେ ଆଉ ୬୫ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୩୮, ସ୍ଥାନୀୟ ୨୭। ମୋଟ ପଜିଟିଭ ସଂଖ୍ୟା ୩,୩୬,୫୭୮ରେ ପହଞ୍ଚିଛି। ୩,୩୩,୯୮୦ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୬୩୧ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।


୧୬ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସୁନ୍ଦରଗଡରୁ ସର୍ବାଧିକ ୧୪। ଅନୁଗୁଳ ୫, ବାଲେଶ୍ୱର ୩, ବରଗଡ ୨, ଭଦ୍ରକ ୪, କଟକ ୪, ଦେଓଗଡ ୩, ଯାଜପୁର ୩, ଝାରସୁଗୁଡା ୫, କଳାହାଣ୍ଡି ୨, ଖୋର୍ଦ୍ଧା ୭, କୋରାପୁଟ ୩, ମୟୁରଭଞ୍ଜ ୩, ନୂଆପଡା ୩, ପୁରୀ ୧, ସମ୍ବଲପୁର ୨, ଷ୍ଟେଟ ପୁଲରୁ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.