୧୫ ଜିଲା ଓ ଷ୍ଟେଟ ପୁଲରୁ ୬୦ କରୋନା ପଜିଟିଭ

ଭୁବନେଶ୍ୱର : ରାଜ୍ୟରେ ଲଗାତାର ପଜିଟିଭଙ୍କ ସଂଖ୍ୟା ୧୦୦ରେ ସୀମିତ ରହୁଛି। ଦିନକରେ ଆଉ ୬୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୩୬, ସ୍ଥାନୀୟ ୨୪। ମୋଟ ପଜିଟିଭ ସଂଖ୍ୟା ୩,୩୬,୩୨୨କୁ ବୃଦ୍ଧି ପାଇଛି। ୩,୩୩,୬୩୭ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୨୦ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।


୧୫ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ପୁରୀରୁ ସର୍ବାଧିକ ୧୩ ଆକ୍ରାନ୍ତ। ଅନୁଗୁଳରୁ ୧, ବାଲେଶ୍ୱର ୪, ବରଗଡ ୧, ବଲାଙ୍ଗୀର ୫, କଟକ ୨, ଯାଜପୁର ୧, ଝାରସୁଗୁଡା ୧, କଳାହାଣ୍ଡି ୧, ଖୋର୍ଦ୍ଧା ୨, ମୟୁରଭଞ୍ଜ ୨, ନୂଆପଡା ୬, ସମ୍ବଲପୁର ୯, ସୋନପୁର ୨, ସୁନ୍ଦରଗଡ ୯, ଷ୍ଟେଟ ପୁଲରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.