୧୫ ଜିଲାରୁ ୫୯ ନୂଆ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ୬୦ରେ ସୀମିତ ଆକ୍ରାନ୍ତଙ୍କ ସଂଖ୍ୟା। ଦିନକରେ ଆଉ ୫୯ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୩୪, ସ୍ଥାନୀୟ ୨୫ । ମୋଟ ପଜିଟିଭ ୩,୩୬,୧୦୧ରେ ପହଞ୍ଚିଛି। ୩,୩୩,୩୫୧ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୮୭ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।


୧୫ ଜିଲାରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସୁନ୍ଦରଗଡ, ବରଗଡ଼ରୁ ସର୍ବାଧିକ ୯ ଲେଖାଏଁ ଆକ୍ରାନ୍ତ। ଅନୁଗୁଳରୁ ୭, ବାଲେଶ୍ୱର ୪, କଟକ ,ଯାଜପୁର , କଳାହାଣ୍ଡି , ମୟୁରଭଞ୍ଜ ନୂଆପଡା, ଓ ଦେଓଗଡରୁ ୨ ଲେଖାଏଁ, ଝାରସୁଗୁଡା ୧, କେନ୍ଦ୍ରାପଡା ୧, ଖୋର୍ଦ୍ଧା ୬, ପୁରୀ ୩, ସମ୍ବଲପୁର ୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.