ରାଜ୍ୟରେ ଆଉ ଆକ୍ରାନ୍ତ ୯୨

ଭୁବନେଶ୍ୱର : ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଲଗାତାର ହ୍ରାସ ପାଉଛି। ଦିନକରେ ଆଉ ୯୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୫୪, ସ୍ଥାନୀୟ ୩୮। ମୋଟ ପଜିଟିଭ ୩,୩୫, ୮୮୯ରେ ପହଞ୍ଚିଛି। ୩,୩୩,୧୩୯ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୭୮୭ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।


୨୧ ଜିଲାରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ବରଗଡରୁ ସର୍ବାଧିକ ୧୪। ଅନୁଗୁଳରୁ ୧, ବାଲେଶ୍ୱର ୫, ବଲାଙ୍ଗୀର ୨, ବୌଦ୍ଧ ୨, କଟକ ୯, ଦେଓଗଡ ୧, ଜଗତସିଂହପୁର ୧, ଯାଜପୁର ୩, ଝାରସୁଗୁଡ଼ା ୪, କଳାହାଣ୍ଡି ୪, କେନ୍ଦୁଝର ୬, ଖୋର୍ଦ୍ଧା ୬, କୋରାପୁଟ ୧, ମୟୁରଭଞ୍ଜ ୨, ନୂଆପଡା ୨, ପୁରୀ ୭, ରାୟଗଡା ୨, ସମ୍ବଲପୁର ୮, ସୋନପୁର ୧, ସୁନ୍ଦରଗଡ ୧୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.