୨୨ ଜିଲାରୁ ୧୦୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଦିନକରେ ଆଉ ୧୦୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୬୩, ସ୍ଥାନୀୟ ୪୨। ମୋଟ ପଜିଟିଭ ୩,୩୫,୭୯୭କୁ ବୃଦ୍ଧି ପାଇଛି। ୩,୩୩,୦୩୧ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୮୦୩ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।


୨୨ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସୁନ୍ଦରଗଡରୁ ସର୍ବାଧିକ ୧୪। ଅନୁଗୁଳ ୩, ବାଲେଶ୍ୱର ୩, ବରଗଡ ୫, ଭଦ୍ରକ ୫, ବଲାଙ୍ଗୀର ୩, କଟକ ୧୩, ଗଞ୍ଜାମ ୩, ଜଗତସିଂହପୁର ୧,ଯାଜପୁର ୪, ଝାରସୁଗୁଡା ୫, କନ୍ଧମାଳ ୩, କେନ୍ଦ୍ରାପଡା ୧, କେନ୍ଦୁଝର ୪, ଖୋର୍ଦ୍ଧା ୧୩, କୋରାପୁଟ ୧, ମୟୁରଭଞ୍ଜ ୫, ନୂଆପଡା ୨, ପୁରୀ ୭, ରାୟଗଡା ୩, ସମ୍ବଲପୁର ୩, ସୋନପୁର ୧, ଷ୍ଟେଟ ପୁଲରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.