ରାଜ୍ୟରେ ଆଜି ୯୭ ପଜିଟିଭ

ଭୁବନେଶ୍ୱର : ରାଜ୍ୟରେ ଆଜି ଜଣାପଡ଼ିଥିବା ଆକ୍ରାନ୍ତ ୧୦୦ରେ ସୀମିତ। ୨୪ ଘଣ୍ଟାରେ ଆଉ ୯୭ ଆକ୍ରାନ୍ତ ଚିହ୍ନଟ। ସଙ୍ଗରୋଧ କେନ୍ଦ୍ରରୁ ୫୮, ସ୍ଥାନୀୟ ୩୯। ମୋଟ ପଜିଟିଭଙ୍କ ସଂଖ୍ୟା ୩,୩୫,୪୬୬ରେ ପହଞ୍ଚିଛି। ୩,୩୨,୬୧୧ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୮୯୪ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।


୨୧ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସୁନ୍ଦରଗଡ ଓ କଟକରୁ ସର୍ବାଧିକ ୧୬ ଲେଖାଏଁ ଆକ୍ରାନ୍ତ। ଅନୁଗୁଳରୁ ୫, ବାଲେଶ୍ୱର ୨, ବରଗଡ ୧୨, ବଲାଙ୍ଗୀର ୧, ଦେଓଗଡ ୩, ଢେଙ୍କାନାଳ ୧, ଗଜପତି ୩, ଗଞ୍ଜାମ ୧, ଯାଜପୁର ୬, ଝାରସୁଗୁଡା ୪, କଳାହାଣ୍ଡି ୨, କେନ୍ଦ୍ରାପଡା ୧, କେନ୍ଦୁଝର ୨, ଖୋର୍ଦ୍ଧା ୬, ମୟୁରଭଞ୍ଜ ୪, ନୂଆପଡା ୨, ପୁରୀ ୩, ରାୟଗଡା ୪, ସମ୍ବଲପୁର ୨, ଷ୍ଟେଟ ପୁଲରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.