୧୮ ଜିଲାରୁ ୮୭ ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଗତକିଛିଦିନ ଧରି ଆକ୍ରାନ୍ତଙ୍କ ସଂଖ୍ୟା ଶହେରେ ସୀମିତ ରହୁଛି। ଦିନକରେ ଆଉ ୮୭ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୫୧, ସ୍ଥାନୀୟ ୩୬ । ମୋଟ ପଜିଟିଭଙ୍କ ସଂଖ୍ୟା ୩,୩୫,୩୬୯କୁ ବୃଦ୍ଧି ପାଇଛି। ୩,୩୨,୪୯୯ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୯୧୦ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।


୧୮ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସୁନ୍ଦରଗଡରୁ ସର୍ବାଧିକ ୨୬ । ବରଗଡରୁ ୨, ବଲାଙ୍ଗୀର ୧, ବୌଦ୍ଧ ୧, କଟକ ୬, ଦେଓଗଡ ୧, ଗଜପତି ୧, ଗଞ୍ଜାମ ୪, ଜଗତସିଂହପୁର ୧, ଯାଜପୁର ୨, ଝାରସୁଗୁଡ଼ା ୩, କେନ୍ଦୁଝର ୧, ଖୋର୍ଦ୍ଧା ୭, କୋରାପୁଟ ୧, ମୟୁରଭଞ୍ଜ ୯, ପୁରୀ ୮, ରାୟଗଡା ୪, ସମ୍ବଲପୁର ୬, ଷ୍ଟେଟ ପୁଲରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.