ସର୍ବନିମ୍ନ ସ୍ତରରେ ଆକ୍ରାନ୍ତଙ୍କ ସଂଖ୍ୟା ; ସକ୍ରିୟ ଆକ୍ରାନ୍ତ ୯୪୬

ଭୁବନେଶ୍ୱର : ରାଜ୍ୟରେ ସର୍ବନିମ୍ନ ସ୍ତରରେ ଆକ୍ରାନ୍ତଙ୍କ ସଂଖ୍ୟା। ୨୪ ଘଣ୍ଟାରେ ଆଉ ୭୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୪୨, ସ୍ଥାନୀୟ ୨୯। ମୋଟ ପଜିଟିଭ ୩,୩୫,୨୮୨କୁ ବୃଦ୍ଧି ପାଇଛି। ୩,୩୨,୩୭୭ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୯୪୬ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।


୧୮ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସୁନ୍ଦରଗଡରୁ ସର୍ବାଧିକ ୧୧। ଅନୁଗୁଳରୁ ୨, ବାଲେଶ୍ୱର ୬, ବରଗଡ ୬, ବଲାଙ୍ଗୀର ୨, ବୌଦ୍ଧ ୧, କଟକ ୬, ଢେଙ୍କାନାଳ ୧, ଯାଜପୁର ୩, ଝାରସୁଗୁଡା ୧, କଳାହାଣ୍ଡି ୩, କେନ୍ଦ୍ରାପଡା ୧, କେନ୍ଦୁଝର ୨, ଖୋର୍ଦ୍ଧା ୭, ନୂଆପଡା ୫, ପୁରୀ ୬, ରାୟଗଡା ୧, ସମ୍ବଲପୁର ୬, ଷ୍ଟେଟ ପୁଲରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.