ଶହେରେ ସୀମିତ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର : ରାଜ୍ୟରେ ପୁଣି ୧୦୦ରେ ସୀମିତ ଆକ୍ରାନ୍ତଙ୍କ ସଂଖ୍ୟା। ୨୪ ଘଣ୍ଟାରେ ଆଉ ୭୯ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୪୭, ସ୍ଥାନୀୟ ୩୨। ମୋଟ ପଜିଟିଭ ୩,୩୫,୧୫୧କୁ ବୃଦ୍ଧି ପାଇଛି। ୩,୩୨,୧୦୩ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧,୦୮୯ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।


୧୯ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧୪। ଅନୁଗୁଳରୁ ୪, ବାଲେଶ୍ୱର ୭, ବରଗଡ ୫, ବଲାଙ୍ଗୀର ୨, ବୌଦ୍ଧ ୧, କଟକ ୪, ଗଜପତି ୨, ଯାଜପୁର ୪, ଝାରସୁଗୁଡା ୩, କଳାହାଣ୍ଡି ୧, କେନ୍ଦ୍ରାପଡା ୧, ମୟୁରଭଞ୍ଜ ୨, ନୂଆପଡା ୩, ପୁରୀ ୪, ରାୟଗଡା ୧, ସମ୍ବଲପୁର ୪, ସୋନପୁର ୪, ସୁନ୍ଦରଗଡ ୧୦, ଷ୍ଟେଟ ପୁଲରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.